You are currently viewing ପୁରୀ ବେଳାଭୂମିରେ ଭାସିଗଲେ ତିନି, ଦୁଇ ଉଦ୍ଧାର

ପୁରୀ ବେଳାଭୂମିରେ ଭାସିଗଲେ ତିନି, ଦୁଇ ଉଦ୍ଧାର

ପୁରୀ-୦୭.୧୦.୨୦୨୧, ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ। ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ଜଣଙ୍କ ପତ୍ତା ମିଳୁନାହିଁ। ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍‌ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ । ସେମାନେ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ। ଭାସି ଯାଇଥିବା ୩ ଜଣଙ୍କ ଭିତରୁ ରାହେଶ କୁମାର ସିଂ ଓ ଓମ୍ ପ୍ରକାଶ ଯାଦବଙ୍କୁ ଉଦ୍ଧାର କରି ସମୁଦ୍ର କୂଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସହିଦ ଅନୱର ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଲାଇଫଗାର୍ଡମାନେ ଲାଗି ପଡ଼ିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।