You are currently viewing ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର(ଏଏନଏସ) ୩୧.୧୨.୨୦୨୧, କରୋନା ସଂକ୍ରମଣ ଭିତରେ ରାଜ୍ୟ ଆସନ୍ତା ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସମସ୍ତ ଦ୍ୱନ୍ଦ୍ୱ ଦୂର କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ୩ରେ ଖୋଲିବ ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବନି ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି । ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । କରୋନା ପାଇଁ ଶିକ୍ଷାକ୍ଷେତ୍ର ଉପରେ ଅନେକ ପ୍ରଭାବ ପଡ଼ିଲାଣି ତେଣୁ ୨୦୨୨ ରେ ସମସ୍ତ ପରୀକ୍ଷା ଠିକ୍ ସମୟରେ ହେବ । ଜାନୁଆରି ୩ରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ୫ଟି ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ଶିକ୍ଷା ଆରମ୍ଭ କରାଯିବ। ଯେଉଁ ବିଦ୍ୟାଳୟରେ ଜାନୁଆରି ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ସମିଟିଭ୍‌୧ ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରି ୧୦ରୁ ଖୋଲିବ ।୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।