You are currently viewing ଲୋକବିକାଶ ପରିଷଦ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଲୋକବିକାଶ ପରିଷଦ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜଧାନୀର ଲୋକବିକାଶ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଫୁଲ ନଖରାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳରେ ସମାଜ ସେବା କରିଥିଲେ । ଏତଦବ୍ୟତୀତ ଅସହାୟ ଲୋକମାନଙ୍କୁ ଲୋକବିକାଶ ଏନଜିଓ ତରଫରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଉତ୍ସବରେ ପଦ୍ମା ହସ୍ପିଟାଲର ନିର୍ଦ୍ଦେଶକ ତଥା ଲୋକବିକାଶ ପରିଷଦର ଅଧ୍ୟକ୍ଷ ଡଃ ବିଶ୍ୱନାଥ ପଟ୍ଟନାୟକ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବାରେ ବ୍ରତି ହେବା ପାଇଁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।