You are currently viewing ଚିତ୍ରକୋଣ୍ଡାରେ ୧ ଲକ୍ଷ ୩୮ ହଜାର ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଚିତ୍ରକୋଣ୍ଡାରେ ୧ ଲକ୍ଷ ୩୮ ହଜାର ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୪.୧୧.୨୦୨୧, ରାଜ୍ୟରେ ଅପରେସନ୍ ଗ୍ରୀନ୍ କ୍ଲିନ ଜାରି ରହିଛି । ଏହି ଅଭିଯାନରେ  ରାଜ୍ୟର ବିଭିନ୍ନ ସ୍ଥାନରୁ ବେଆଇନ ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରାଯାଉଛି । ତେବେ ଆଜି ବିପୁଳ ପରିମାଣରେ ଗଞ୍ଜେଇ ଗଛକୁ କାଟି ଚିତ୍ରକୋଣ୍ଡା ପୋଲିସ ଓ ଅବକାରୀ ବିଭାଗ ସଫା କରିଛି ।
ସୂଚନାନୁସାରେ, ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରଗୁଡା ପଞ୍ଚାୟତର କମାରଗୁଡା, ବଡପୁଟ ଅଞ୍ଚଳରେ ୯୨ ଏକର ପାହାଡିଆ ଚାଷ ଜମିରେ ଚାଲୁଥିବା ୧ ଲକ୍ଷ ୩୮ ହଜାର ଟଙ୍କାର ଗଞ୍ଜେଇ ଗଛକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରି ଦିଆଯାଇଛି ।ଯାହାର ମୂଲ୍ୟ ୧୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଚିତ୍ରକୋଣ୍ଡା ପୋଲିସ ସୂଚନା ଦେଇଛି ।
 

ଅନ୍ୟମାନଙ୍କୁ ଜଣାନ୍ତୁ।