You are currently viewing ଭିଜିଲାନ୍ସ ଜାଲରେ OPHWCର ମ୍ୟାନେଜର

ଭିଜିଲାନ୍ସ ଜାଲରେ OPHWCର ମ୍ୟାନେଜର

ଭୁବନେଶ୍ୱର (ଏଏନଏସ)୦୯/୧୧ : ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ ହାଉସିଂ କର୍ପୋରେସନର (OPHWC) ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେଓଡିଶା ପୋଲିସ ହାଉସିଂ କର୍ପୋରେସନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍ ହୋଇଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍ ଏହି ରେଡ଼୍ କରିଛି। ଚଢ଼ାଉ ବେଳେ ବାସୁଦେବପୁର ସ୍ଥିତ ସିନେମା ରୋଡ ଠାରେ ତାଙ୍କର ଭଡା ଲାଗିଥିବା ୪ ତାଲା କୋଠା ଘରେ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସ। ଭିଜିଲାନ୍ସ ଟିମ୍ ଏକା ସାଙ୍ଗେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ଼୍ କରିଛ। ଏହି ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୫ଜଣ ଡିଏସ୍ପି ଏବଂ ୭ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ଏନେଇ କୌଣସି ତଥ୍ୟ ମିଳିନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।