rain

ସାରା ରାଜ୍ୟରେ ଜାରି ରହିଛି ବର୍ଷା, ୧୧ ଜିଲ୍ଲାକୁ ଅରେଞ୍ଜ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା। ଏଥିସହ ଘଡଘଡି, ବିଜୁଳି ସହ ପବନ ହେଉଛି। ଏନେଇ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଥିସହ ବଜ୍ରପାତ ସମ୍ଭାବନା ଥିବା ଜିଲ୍ଲାଗୁଡିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ ଓ ପୁରୀରେ ପ୍ରବଳ ବର୍ଷାର ଚେତାବନୀ ବି ଦିଆଯାଇଛି । ସେହିଭଳି କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।