You are currently viewing ବନ୍ୟା କ୍ଷୟକ୍ଷତି ରେପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷୟକ୍ଷତି ରେପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୨୪/୦୮, ନିରପେକ୍ଷ ଓ ଯୁଗ୍ମ ତଦନ୍ତ ଆଧାର ରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବା କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ।
ବିନା ଚାପ ଓ ନିରପେକ୍ଷତା ର ସହ ଯୁଗ୍ମ ତଦନ୍ତ ଆଧାର ରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଂଧ୍ୟା ରେ ଜିଲ୍ଲା ରେ ଚଳିତ ବନ୍ୟା ରେ କ୍ଷୟକ୍ଷତିର ତଥ୍ୟ ପ୍ରଦାନ ନିମିତ୍ତ ସମସ୍ତ ବିଡ଼ିଓ, ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କ ସହ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା କ୍ଷୟକ୍ଷତି ଆକଳନ ସମୟରେ ଯେପରି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତି ଓ କୌଣସି ଅଯୋଗ୍ୟ ହିତାଧିକାରୀ ସାମିଲ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କ୍ଷୟକ୍ଷତିର ଆକଳନ ଏସ ଆର ସି ଙ୍କ ନିୟମାବଳୀ ଅନୁସାରେ କରିବା ଓ ତଦନ୍ତ ସମୟରେ ସମସ୍ତ ବିଭାଗ କୁ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଜସ୍ୱ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ ଅନୁସାରେ କୃଷି ବିଭାଗ ପକ୍ଷରୁ ସ୍ୱଳ୍ପ ମିଆଦୀ ଧାନ ବିହନ ର ବ୍ୟବସ୍ଥା କରିବାକୁ ଉପସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ କ୍ଷୟକ୍ଷତିର ରିପୋର୍ଟ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବାକୁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ଯୁଗ୍ମ ତଦନ୍ତ ଆଧାରରେ ଆସିଥିବା ଏହି ରିପୋର୍ଟକୁ ଜିଲ୍ଲାପାଳ ଙ୍କ ସ୍ୱାକ୍ଷରରେ ଏସ୍ ଆର ସି ଙ୍କୁ ପ୍ରଦାନ କରାଯିବ। ତେଣୁ ସ୍ୱଛ ଓ ନିଷ୍ଠାର ସହ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରାଚଂଳର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।