You are currently viewing ଆସନ୍ତାକାଲି OSSTET ପରୀକ୍ଷା

ଆସନ୍ତାକାଲି OSSTET ପରୀକ୍ଷା

ଭୁବନେଶ୍ୱର(ଏଏନଏସ)୦୮.୦୨.୨୦୨୨, ଆସନ୍ତାକାଲି ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ-OSSTET । ମୋଟ ୭୨,୨୮୦ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ମୋଟ ୩୩୮ଟି କେନ୍ଦ୍ରରେ ପରୀକ୍ଷା ହେବ।  ୨ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ଟା ୩୦ ଏବଂ ଦ୍ୱିତୀୟ ସିଟିଂ ୧ଟାରୁ ୩ଟା ୩୦ ଯାଏ ହେବ ।  ପରୀକ୍ଷାର ସୁପରିଚାଳନା ପାଇଁ ୪୦ ଟି ସ୍କ୍ଵାଡ ହୋଇଥିବା ବେଳେ ୮ ଟି ସ୍ୱତନ୍ତ୍ର ସ୍କ୍ଵାଡ କରାଯାଇଛି ।ମାଲ୍ ପ୍ରାକ୍ଟିସରେ ବୁକ୍ ହେଲେ ଆଉ ଓଏସଏସଟିଇଟି ପରୀକ୍ଷା ଦେଇ ପାରିବେନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।