You are currently viewing ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-୧୩.୦୮.୨୦୨୧, ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ୟାକେଜ ଅନୁଯାୟୀ ବୁଣାକାର ମାନଙ୍କୁ ୫୦ ହଜାର ପର୍ଯ୍ୟନ୍ତ ବିନାସୁଧରେ ରୁଣ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
କରୋନା ମହାମାରୀରେ ବୁଣାକାରମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ।
ଏହି ପ୍ୟାକେଜ ଅନୁଯାୟୀ କଂକ୍ରିଟ ହୋଇନଥିବା ୧୫ ହଜାର ଲୁମ୍‌ପିଟକୁ ପର୍ଯ୍ୟାୟ କ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମ୍‌ପିଟ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧,୩୪୨ଟି ଲୁମ୍‌ପିଟମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି ଲୁମ୍‌ ପିଟକୁ କଂକ୍ରିଟ କରାଯାଇଛି । ସେହିପରି ୩୦୦୦ ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ହାଉସ୍‌ କମ୍‌ ଓ୍ବାର୍କ ସେଡ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୧୧୬୯୫ଟି ହାଉସ୍‌ କମ୍‌ ଓ୍ବାର୍କ ସେଡ୍‌ ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି । ସେମାନଙ୍କୁ ଏହି ଯୋଜନା ରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ। ସେହିପରି ଯୋଗ୍ୟ ବୁଣାକାର ପରିବାର କୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।