You are currently viewing ଆଜି ପଦ୍ମପୁର ଉପ ନିର୍ବାଚନ

ଆଜି ପଦ୍ମପୁର ଉପ ନିର୍ବାଚନ

  • Post category:ଓଡିଶା
  • Reading time:1 mins read

ପଦ୍ମପୁର(ବ୍ୟୁରୋ)୦୫/୦୬, ଆଜି ପଦ୍ମପୁର ଉପନିର୍ବାଚନ । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଭୋଟ୍ ଦେବା ପୂର୍ବରୁ ବାପା ତଥା ଦିବଂଗତ ବିଜୟ ରଂଜନ ସିଂ ବରିହାଙ୍କୁ ଫଟୋ ସାମ୍ନାରେ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ । ଏହା ପରେ ଭୋଟ ଦେବାକୁ ୨୧୩ ନମ୍ବର ବୁଥ୍ ଅଭିମୁଖେ ବାହାରିଥିଲେ ବର୍ଷା । ସେଠାରେ ପହଂଚିବା ପରେ ମହିଳା ଭୋଟରଙ୍କ ଧାଡ଼ିରେ ଠିଆ ହୋଇଥିଲେ ବର୍ଷା । ପରେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ । ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି ।

ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ହୋଇଛି । ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପଦ୍ମପୁର ଏନଏସି ୨୦୯ ବୁଥରେ ଇଭିଏମ୍ ଅଚଳ ହୋଇଥିଲା । ୮ ଖଣ୍ଡ ଭୋଟ୍ ପଡ଼ିବା ପରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହା ପରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇଁ ପଦ୍ମପୁର ତହସିଲଦାର ୨୦୯ ନମ୍ବର ବୁଥରେ ପହଞ୍ଚିଥିଲେ । ତାଙ୍କ ଉପସ୍ଥିତିରେ ଇଭିଏମ୍ରେ ଥିବା ତ୍ରୁଟିକୁ ସଜାଡ଼ାଯିବା ପରେ ମତଦାନ ସ୍ୱାଭାବିକ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।