You are currently viewing ପ୍ରବଳ ବର୍ଷାରେ ପାହାଡରୁ ଖସିଲା ପଥର

ପ୍ରବଳ ବର୍ଷାରେ ପାହାଡରୁ ଖସିଲା ପଥର

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର (ଏଏନଏସ)୧୦/୦୮, ଗତକାଲି ସମ୍ବଲପୁର ଜିଲ୍ଲାକୁ ବର୍ଷା ପାଇଁ ରେଡ ଆଲର୍ଟ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସମ୍ବଲପୁର ବରଗଡ ମଝିରେ ଥିବା କୋଲକତା ମୁମ୍ବାଇ ଜାତୀୟ ରାଜପଥ ଲକ୍ଷ୍ମି ଡୁଙ୍ଗୁରି ପାହାଡରୁ ପଥର ଖସିଥିଲା । ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ବନ୍ଦ ରହିଛି ଗମନା ଗମନ । ଗୋଟିଏ ଲେନ ସମ୍ପୁଣ୍ଣ ବନ୍ଦ ରହିଥିବାବେଳେ କେବଳ ଗୋଟିଏ ଲେନ ଦେଇ ଯାତାୟତ କରୁଛି ଗାଡିମଟର। ସେପଟେ ଏହି ଘଟଣାରେ ସୌଭାଗ୍ୟ ବସତଃ କାହାରି କିଛି କ୍ଷତି ହୋଇନଥିବାବେଳେ ବାରମ୍ବାର ଏହି ପ୍ରକାର ଘଟଣାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଠିକା ସଂସ୍ଥା ପଡ଼ିଥିବା ପଥର ଉଠାଇବା ଆରମ୍ଭ କଲେନିଲ ଆଉ କିଛି ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହେବ ବୋଲି ପ୍ରଶାସନ କହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।