You are currently viewing ଅପରାହ୍ନ ୪ଟାରୁ ଆରମ୍ଭ ହେବ ପହଣ୍ଡି

ଅପରାହ୍ନ ୪ଟାରୁ ଆରମ୍ଭ ହେବ ପହଣ୍ଡି

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୧୨/୦୭,ଆଉ କିଛି ସମୟର ଅପେକ୍ଷା | ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି। ଆଜି ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ,ମଇଲମ,ସକାଳଧୂପ, ମଧ୍ୟାହ୍ନ ଧୂପ,ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି। ଅପରାହ୍ନ 4 ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି 10ଟାରେ ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡାଯାତ୍ରା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଅନୁଷ୍ଠିତ ହୋଇଥିବାରୁ ଆଜି ମଧ୍ୟ ନୀତି ସଅଳ ହେବ ବୋଲି ଅନୁମାନ କରାଯାଉଛି।
ଆସନ୍ତାକାଲି ଠାରୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଅବଢା ପାଇପାରିବେ। ନୀଳାଦ୍ରୀବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ସେପଟେ ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରୁନ୍ଧା ହେବାସହ ଦଇତିପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ,ବଡସିଂହାର ବେଶ,ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ |
ପ୍ରଥମେ ମଦନମୋହନଙ୍କ ପହଣ୍ଡି ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା କରାଯିବ | ଗୋଟି ପହଣ୍ଡିରେ ସେବାୟତମାନେ ଠାକୁରଙ୍କୁ ରତ୍ନସିଂହାସନରେ ଅଧିଷ୍ଠିତ କରିବା ପରେ ଶେଷରେ ଜଗତରନାଥ ଜଗନ୍ନାଥଙ୍କ ପହଣ୍ଡି କରାଯିବ | ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମ ମହାପ୍ରଭୁ ଆସୁଥିଵା ଦେଖି ଲଷ୍ମୀ ସାଆନ୍ତାଣି ସେଠାରୁ ଫେରିଆସି ସିଂହଦ୍ୱମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ପତିମହାପାତ୍ର ସେବାୟତ ଏହି ବଚନିକାରେ ଅଂଶଗ୍ରହଣ କରିଥାନ୍ତି | ସେଠାରେ ମହାପ୍ରଭୁ ନିଜ ଧର୍ମପତ୍ନୀଙ୍କୁ ବହୁ ବୁଝାସୁଝା କରିବା ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି ଦେବା ସହ ଶେଷରେ ରସଗୋଲା ଖୁଆଇ ମହାପ୍ରଭୁ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇ ବାର ଵିଧି ରହିଛି | ସେଥିପାଇଁ ନୀଳାଦ୍ରି ବିଜେ ଦିନ ଅଗଣିତ ଭକ୍ତ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିବାର ଵିଧି ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।