You are currently viewing ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା

ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୪/୦୫, ଚଳଚଞ୍ଚଳ ରଥଖଳା । ତିନି ରଥର ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଗର ବିନ୍ଦ କାମ ମଧ୍ୟ ସରିଛି । ଆଜି ତୁମ୍ବ ଗୁଡ଼ିକରେ ପନ୍ଦାରି ବିନ୍ଧ କରୁଛନ୍ତି ମହାରଣା । ଆସନ୍ତାକାଲି ନୃସିଂହ ଚତୁର୍ଦ୍ଦଶୀ ଥିବାରୁ ଯନ୍ତା ଗାଡ଼ ପ୍ରସ୍ତୁତ ପାଇଁ ଭୋଇ ସେବକମାନେ ବ୍ୟବସ୍ଥା କରିଛନ୍ତି । ତିନି ରଥର କାଲି ଗୁଜ ଅନୁକୂଳ ହେବାକୁ ଥିବାବେଳେ ଆଜି ରଥ ଖଳାରେ ଆବଶ୍ୟକୀୟ ଗୁଜକାଠ ପକାଯାଇ ସାଇଜ କରିବା ପରେ ରୂପକାରମାନେ ଗୁଜ ଅନୁକୂଳ କରି ନୃସିଂହ ବିରାଳ ପ୍ରସ୍ତୁତ କରିବେ । ରଥ ଖଳାରେ ଚକା ନିର୍ମାଣ ପାଇଁ ପହି କାଠ ଆସି ପହଞ୍ଚି ସାରିଛି । ସେଗୁଡିକରେ ମଧ୍ୟ ବିନ୍ଧ କରାଯିବା ସହ ଅର ନିମିତ୍ତ କାଠ ଆସିଲେ ଅର ନିର୍ମାଣ କରାଯିବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।