You are currently viewing ପଞ୍ଚାୟତ ନିର୍ବାଚନ: ସୁପରିଚାଳନା ପାଇଁ ବୈଠକ ଡାକିଲେ ନିର୍ବାଚନ କମିଶନର 

ପଞ୍ଚାୟତ ନିର୍ବାଚନ: ସୁପରିଚାଳନା ପାଇଁ ବୈଠକ ଡାକିଲେ ନିର୍ବାଚନ କମିଶନର 

ଭୁବନେଶ୍ୱର(ଏଏନଏସ)୧୨.୦୧.୨୦୨୨, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି ।  କିଭଲି ସୁଚାରୁ ରୂପେ ନିର୍ବାଚନ ଶେଷ ହେବ ସେ ନେଇ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହିତ ବୈଠକ କରିବେ ରାଜ୍ୟ ନିର୍ବାଚନ କମିଶନର। ଆସନ୍ତା ୧୫ ତାରିଖରେ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ  ହେବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗ ଦେବେ।
ସୂଚନାଯୋଗ୍ୟ ଯେ, ଗତକାଲି ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ତାରିଖ ଘୋଷଣା କରିବା ସହିତ ଆଦର୍ଶ ଆଚରଣବିଧୀ ମଧ୍ୟ ଲାଗୁ କରିଛନ୍ତି।  ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ଭୋଟ୍। ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ ହେବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଭୋଟ୍ ଗ୍ରହଣ ସରିଲେ ପ୍ରତି ବ୍ଲକରେ ହେବ ଭୋଟ୍ ଗଣତି। ଫେବ୍ରୁଆରୀ ୨୬,୨୭, ୨୮ରେ ହେବ ଭୋଟ୍ ଗଣତି।

ଅନ୍ୟମାନଙ୍କୁ ଜଣାନ୍ତୁ।