You are currently viewing ଦ୍ୱିତୀୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଦ୍ୱିତୀୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ଏଏନଏସ)୧୮.୦୨.୨୦୨୨, ଆଜି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ମୋଟ ୬୮ ଟି ବ୍ଳକର ୧୫୧୪ଟି ଗ୍ରାମ ପଞ୍ଚୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଭୋଟଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟଗ୍ରହଣ କାର୍ଯ୍ୟ ସମାପ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ ନିର୍ବାଚନ କମିଶନର ଗମ୍ଭୀରତା ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ୟ୍ୟାୟରେ ଆଇନ ଶୃଙ୍ଖଳା ସହ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସାରିବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ । ଏହି ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ଥିବାବେଳେ ୭୧ ପ୍ରତିଶତ ମତଦାନ ହୋଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏତଦ ବ୍ୟତୀତ ବାଲାଟ ପେପରରେ ତ୍ରୁଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ । ଏସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନଷ୍ଠାାନ ଗ୍ରହଣ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।