You are currently viewing ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ

ଭୁବନେଶ୍ୱର (ଏଏନଏସ)୨୧.୦୨.୨୦୨୨, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଦିନ ୩ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି ।
ଅନୁଗୁଳରେ ୮୪.୨୪, ବାଲେଶ୍ୱରରେ ୭୪.୭୨, ବଲାଙ୍ଗିରରେ ୭୧.୮୩, ବରଗଡ଼ରେ ୮୨.୬୩ ପ୍ରତିଶତ ଭୋଟିଂ ହୋଇଛି । ଭଦ୍ରକରେ ୭୭, ବୌଦ୍ଧରେ ୮୧.୩୧, କଟକରେ ୭୯.୨୬, ଦେବଗଡ଼ରେ ୭୯.୮, ଢେଙ୍କାନାଳରେ ୮୦.୩୯, ଗଜପତିରେ ୮୨.୭୨, ଗଞ୍ଜାମରେ ୬୬.୭୫, ଜଗତସିଂହପୁରରେ ୭୬ ପ୍ରତିଶତ ମତଦାନ ହୋଇଛି ।
ସେହିପରି ଯାଜପୁରରେ ୭୧, କଳାହାଣ୍ଡିରେ ୭୭.୫୯, କନ୍ଧମାଳରେ ୮୧.୩୫, କେନ୍ଦ୍ରାପଡ଼ାରେ ୭୨.୨୫, କେନ୍ଦୁଝରରେ ୭୭.୮୯, ଖୋର୍ଦ୍ଧାରେ ୭୬.୪୯, କୋରାପୁଟରେ ୮୪.୭୮, ମାଲକାନଗିରିରେ ୭୬.୬୩, ମୟୂରଭଞ୍ଜରେ ୭୮.୫୩, ନବରଙ୍ଗପୁରରେ ୮୬.୩୩, ନୟାଗଡ଼ରେ ୭୮.୨, ନୂଆପଡ଼ାରେ ୭୮.୨୪, ପୁରୀରେ ୮୦.୧୨, ରାୟାଗଡ଼ାରେ ୭୯.୪୪, ସମ୍ବଲପୁରରେ ୮୧.୦୯, ସୁନ୍ଦରଗଡ଼ରେ ୭୫.୪୫ ପ୍ରତିଶତ ମତଦାନ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।