You are currently viewing ୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍, ସଂଧ୍ୟାରେ ସରିବ ପ୍ରଚାର

୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍, ସଂଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର(ଏଏନଏସ)୧୪.୦୨.୨୦୨୨, ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆଜି ସଂଧ୍ୟା ୭ଟାରେ ସରିବ ପ୍ରଚାର । ଏଥିପାଇଁ ଗାଁ ରାଜନୀତି ସରଗରମ ରହିଛି | ସବୁ ରାଜନୈତିକ ଦଳ ପ୍ରଚାରକୁ ଜୋରାଦର କରିଛନ୍ତି, ପ୍ରଚାରରେ ଗାଁ ଏବେ କମ୍ପୁଛି । ଫେବୃଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ମତଦାନ ହେବ । କୋଭିଡ କଟକଣା ଭିତରେ ସକାଳ ୭ଟାରୁ ଗୋଟାଏ ଯାଏଁ ଭୋଟ ଗ୍ରହଣ ହେବ । ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ସେହିପରି ଫେବୃଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ । ଫେବୃଆରୀ ୨୬, ୨୭ ଓ ୨୮ରେ ଭୋଟ୍ ଗଣତି ହେବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରରେ ଭୋଟ ଗଣତି କରାଯିବ ।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାରେ ୭୧ ବ୍ଲକର ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ୍ ଗ୍ରହଣ ହେବ । ପ୍ରାୟ ୬୭ ଲକ୍ଷ ୫୧ ହଜାର ଭୋଟର ୨୨, ୩୭୯ ବୁଥରେ ମତଦାନ ଅଧିକାର ସାବ୍ୟସ୍ତ କରିବେ । ୩୬ ଘଣ୍ଟା ପୂର୍ବରୁ ଅର୍ଥାତ ସନ୍ଧ୍ୟାରୁ ଲାଗୁ ହେବ କଟକଣା |

ଅନ୍ୟମାନଙ୍କୁ ଜଣାନ୍ତୁ।