srimandir

ଆଉ କିଛି ସମୟ ପରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ): ଆଉ ମାତ୍ର କିଛି ସମୟର ଅପେକ୍ଷା। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନିଦିନ ଧରି ଚାଲୁଥିବା ଯଜ୍ଞରେ ଜଜମାନ ଭାବେ ପୂର୍ଣ୍ନାହୂତି ଦେବେ ଗଜପତି ମହାରାଜ ଦିବ୍ଯସିଂହ ଦେବ।  ତେବେ ପୂର୍ଣ୍ଣାହୁତି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପ୍ରକଳ୍ପର ଲୋକାର୍ପଣ ହେବ। ସେପଟେ  ଲୋକାର୍ପଣ ଉତ୍ସବ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରୁକ,ଶାମ, ଯଜ୍ଜୁ ଓ ଅଥର୍ବ ବେଦ ଧ୍ବନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚତୁପାର୍ଶ୍ବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ମହାଯଜ୍ଞ ଚାଲିଥିବା ବେଳେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ ମଣ୍ଡପରେ ଆଚାର୍ଯ୍ୟ ବ୍ରାହ୍ମଣ ମାନେ ବୈଦିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ କରୁଛନ୍ତି।

ଆଜି ପୌଷ ଶୁକ୍ଳ ସପ୍ତମୀ ତିଥିରେ ବିଧି ମୁତାବକ ସକାଳ ୭ଟା ୩୦ ରୁ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ ସରିବା ପରେ ଅପରାହ୍ନ ୧.୧୫ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଉନ୍ମୋଚନ କରିବେ। ଏଥିସହ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ସେହିପରି ୨ଟା ରୁ ୨ଟା ୩୦ ମଧ୍ୟରେ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୨ଟା ୩୦ ରୁ ୩ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାଗୃହରେ ପହଞ୍ଚି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।