You are currently viewing ମାଟ୍ରିକରେ ୫୧୯ ନମ୍ବର ରଖି ପାସ କଲେ  ଆଜି ପୋଖରୀରେ ବୁଡି ପ୍ରାଣ ହରାଇଲେ ।

ମାଟ୍ରିକରେ ୫୧୯ ନମ୍ବର ରଖି ପାସ କଲେ ଆଜି ପୋଖରୀରେ ବୁଡି ପ୍ରାଣ ହରାଇଲେ ।

  • Post category:ଓଡିଶା
  • Reading time:1 mins read

ଭଦ୍ରକ ଏଏନଏସ ୧୯/୦୫, କାଲି ଖୁସି, ଆଜି ଲୁହ । ଗତକାଲି ମାଟ୍ରିକ୍ ପରୀକ୍ଷାରେ ୮୬ ପ୍ରତିଶତରୁ ଅଧିକ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ର ଆଜି ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ । ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ ମହାପାତ୍ରଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ଗତକାଲି ମାଟ୍ରିକ୍ ପରୀକ୍ଷାରେ ୬୦୦ରୁ ୫୧୯ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ଏହାକୁ ନେଇ ପରିବାରରେ ହସଖୁସିର ମାହୋଲ ଥିଲା । କିନ୍ତୁ ଆଜି ଘର ପାଖ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ଚନ୍ଦନ । ତାଙ୍କ ହସ ଖୁସିର ପରିବାରରେ ଏବେ ଦୁଃଖର କଳା ବାଦଲ ଛାଇ ଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।