You are currently viewing ଏଥର ଭକ୍ତ ଟାଣିବେ ରଥ

ଏଥର ଭକ୍ତ ଟାଣିବେ ରଥ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୫/୦୫, ଚଳିତ ବର୍ଷ ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ । କରୋନା ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତା ହେବ ଅନ୍ତ । ବଡଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହେବ । କରୋନା ଯୋଗୁ କେବଳ ସେବାୟତ ମାନଙ୍କୁ ନେଇ ହେଉଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କହିବା ଅନୁସାରେ କୋଭିଡ ସ୍ଥିତିକୁ ଦେଖି ରୋଡମ୍ୟାପ ପ୍ରସ୍ତୁତ କରାଯିବ । ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ତେବେ ରଥଯାତ୍ରା ସମୟରେ କିଭଳି ଭାବେ ଟ୍ରାଫିକ ନିୟନ୍ତ୍ରଣ ଓ ଭିଡର ସୁପରିଚାଳନା କରାଯିବ ସେ ଦିଗରେ ପ୍ରଥମେ ପଦକ୍ଷେପ ନେବାକୁ ପ୍ରଶାସନ ଅଣ୍ଟା ଭିଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।