You are currently viewing ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସୀମାଞ୍ଚଳ ମୃତ

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସୀମାଞ୍ଚଳ ମୃତ

ଭୁବନେଶ୍ୱର, ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡର ଆଜି ଆସିଛି ଡିଏନଏ ରିପୋର୍ଟ । ଫରେନ୍ସିକ ପରୀକ୍ଷାଗାରରୁ ଆସିଥିବା ଡିଏନଏ ରିପୋର୍ଟରେ ସ୍ପଷ୍ଟ ହୋଇଛି ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ସୀମାଞ୍ଚଳଙ୍କୁ ମିଶାଇ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୀମାଞ୍ଚଳଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି ବୋଲି ଆଜି ଟ୍ୱିନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସୀମାଞ୍ଚଳଙ୍କୁ ମିଶାଇ ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।