You are currently viewing ଆସନ୍ତାକାଲି ପିପିଲି ଉପନିର୍ବାଚନ ଫଳାଫଳ, ସକାଳ ୮ଟାରୁ ଗଣତି

ଆସନ୍ତାକାଲି ପିପିଲି ଉପନିର୍ବାଚନ ଫଳାଫଳ, ସକାଳ ୮ଟାରୁ ଗଣତି

ପିପିଲି-୦୨.୧୦.୨୦୨୧, ଆସନ୍ତାକାଲି ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ । ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆସନ୍ତାକାଲି ସକାଳ ୮ଟାରେ ପିପିଲି ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ସକାଳ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ପାଇଁ ଦୁଇଟି କକ୍ଷରେ ୧୪ଟି ଟେବୁଲ ପ୍ରସ୍ତୁତ କରାଯାଇଛି। ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ହେବ। ଟେବୁଲଗୁଡ଼ିକରେ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ସମୟରେ ସମସ୍ତ ପ୍ରକାର କୋଭିଡ କଟକଣା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଣତି ହଲ ଭିତରକୁ ଯିବାକୁ ହେଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଗଣତି ହଲ ଭିତରକୁ ଗଣମାଧ୍ୟମର କର୍ମଚାରୀମାନେ ପ୍ରବେଶ କରିପାରିବେ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।