You are currently viewing କଲେଜ କ୍ୟମ୍ପସରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ

କଲେଜ କ୍ୟମ୍ପସରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୪/୦୮, ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରୁ ଯୁକ୍ତ ଦୁଇ କଲେଜ ଅଲଗା ହେବ । ଜମିିଜମା କାଗଜପତ୍ର ସହ ଉଭୟ କଲେଜର କର୍ମଚାରୀ ମଧ୍ୟ ଅଲଗା ହେବେ । କମ୍ପୋଜିଟ କଲେଜ ଗୁଡିକରୁ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ସମ୍ପୂର୍ଣ୍ଣ ଅଲଗା ହେବ । ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ସାମିଲ କରାଯାଇଥିବା ବେଳେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରଖାଯାଇଛି । ଏନେଇ ଆସନ୍ତା ୫ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ କମ୍ପୋଜିଟ କଲେଜ ଗୁଡିକର ପୃଥିକକରଣ ପାଇଁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।