You are currently viewing ଅକ୍ଟୋବର ୧ରୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା

ଅକ୍ଟୋବର ୧ରୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର-୧୪.୦୯.୨୦୨୧, ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା । ୧୧ ତାରିଖ ଯାଏ ଚାଲିବ ପରୀକ୍ଷା । କରୋନା ପାଇଁ ଚଳିତ ବର୍ଷ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା । ବିକଳ୍ପ ମୂଲ୍ୟାୟନରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷାଙ୍କପାଇଁ ଅଫଲାଇନ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୩ ହଜାର ୪୩ ଛାତ୍ରଛାତ୍ରୀ । ୨ଟି ଇଲେକ୍ଟିଭ୍ ସବ୍‌ଜେକ୍ଟ ଏବଂ ମାତୃଭାଷାରେ ହେବ ପରୀକ୍ଷା । ରବିବାର ବି ପରୀକ୍ଷା ହେବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।