You are currently viewing ପଞ୍ଚାୟତ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ

ପଞ୍ଚାୟତ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ

ଭୁବନେଶ୍ୱର (ଏଏନଏସ)୧୬.୦୨.୨୦୨୨, ଆଜି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନ ସଚିବ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି । ୧ଟା ସୁଦ୍ଧା ବୁଥରେ ଥିବା ଲୋକ ଭୋଟ ଦେଇପାରିବେ । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନ, ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୨,୩୭୯ ୱାର୍ଡମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ କରାଯାଉଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ୬୭.୫୧ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୨୨,୩୭୯ଟି ବୁଥ୍ ସ୍ଥାପନ କରାଯାଇଛି । ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିବ। ଶାନ୍ତିଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।