You are currently viewing ସ୍ନାନଯାତ୍ରାକୁ ନେଇ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ

ସ୍ନାନଯାତ୍ରାକୁ ନେଇ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୧୩/୦୬ ସ୍ନାନଯାତ୍ରାକୁ ନେଇ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ ଶେଷ ହୋଇଛି। ଟାଉନହଲ୍ ଠାରେ ADG LAW AND ORDER R.K ଶର୍ମାଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ। ବୈଠକରେ ଏଏସଆଇ ରାଙ୍କ୍ ଠାରୁ ଆରମ୍ଭ କରି ତଦୁର୍ଦ୍ଧ ରାଙ୍କ୍ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଉପସ୍ଥିତ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ ସହରର ଆଇନଶୃଙ୍ଖଳା ପରିସ୍ଥିତି ଉପରେ କିଭଳି ଧ୍ୟାନ ଦିଆଯିବ,ଭକ୍ତଙ୍କ ସୁରକ୍ଷା,, ଆଚରଣ ଉଚ୍ଚାରଣରେ ସଞ୍ଜମତା ରକ୍ଷା ସହ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ନେଇ ମୁଖ୍ୟତଃ ହେଇଛି ଆଲୋଚନା। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷରେ ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ ଜାକ୍ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ପ୍ଲାଟୁନ ପୋଲିସ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ ଇନ୍ସପେକ୍ଟର ୧ହଜାର କନଷ୍ଟେବଳ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଉର୍ଦ୍ଧ୍ବ ସିସିଟିଭି ସ୍ଥାପନ ପାଇଁ ନିଷ୍ପତ୍ତି। ପୋଲିସ ଏଡିଜି ଆଇନ ଶୃଙ୍ଖଳା ଆର.କେ ଶର୍ମାଙ୍କ ସୂଚନା।

ଅନ୍ୟମାନଙ୍କୁ ଜଣାନ୍ତୁ।