You are currently viewing ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ

ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ

  • Post category:ଓଡିଶା
  • Reading time:1 mins read

ଜଗତସିଂହପୁର(ଏଏନଏସ)୧୪.୦୧.୨୦୨୨, ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଅଟକାଇଥିଲା ପୋଲିସ ।  ପ୍ରକଳ୍ପ ନିମନ୍ତେ ଢ଼ିଙ୍କିଆ ଗ୍ରାମର ପାନବରଜ ଭଙ୍ଗା ହେଉଥିବା ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ ଗ୍ରାମର ଚତୁପାର୍ଶ୍ଵରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା। ଆଜି ପ୍ରକଳ୍ପ ସ୍ଥାନକୁ ଶତାଧିକ ଲୋକ ମାଡ଼ି ଆସିଥିବା ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଗ୍ରାମବାସୀଙ୍କ ଉପରକୁ ଲାଠି ଚାର୍ଜ କରିଥିବା ଅଭିଯୋଗ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।