You are currently viewing ଅଧିକ ତଦନ୍ତ ପାଇଁ ହାଇଦରକୁ ରିମାଣ୍ଡରେ ନେବ ପୋଲିସ

ଅଧିକ ତଦନ୍ତ ପାଇଁ ହାଇଦରକୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର, ହାଇଦରକୁ ଧରିବା ପାଇଁ ଓଡିଶା ପୋଲିସ ତରଫରୁ ବିଭିନ୍ନ ଜାଗାରେ ଜାଲ ବିଛାଯାଇଥିବାବେଳେ ୧୨୦ ଘଣ୍ଟାର ଅପରେସନ ପରେ ତେଲେଙ୍ଗନାରୁ ଏହି ମୋଷ୍ଟ ୱାଣ୍ଟେଡକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । କୋର୍ଟରେ ହାଜର କରାଯିବା ପରେ ହାଇଦରକୁ ରିମାଣ୍ଡରେ ଅଣାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଚନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଚରାଉଚରା ନିମନ୍ତେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ । କାହା ସହଯୋଗରେ ହାଇଦର ଖସିବାରେ ସଫଳ ହେଲା ସେ ସମ୍ପର୍କରେ ଖୋଳତାଡ କରାଯିବ । ଏସସିବିରେ ଥିବାବେଳେ ଢ଼ିଲା ସୁରକ୍ଷା ବିଷୟରେ ମଧ୍ୟ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ମିଳିଥିବା ସୂଚନା ମୁତାବକ ବିଳମ୍ବିତ ରାତିରେ ତେଳେଙ୍ଗାନା ରାଜ୍ୟର ସିଙ୍ଗାରେଡିରୁ ହାଇଦରକୁ ଗିରଫ କରାଯାଇଥିଲା । ପରେ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାନଜିଟ ରିମାଣ୍ଡରେ ହାଇଦରକୁ ଓଡିଶା ଅଣାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।