You are currently viewing ଆମ୍ବୁଲାନ୍ସକୁ ନେଇ ରାଜନୀତି

ଆମ୍ବୁଲାନ୍ସକୁ ନେଇ ରାଜନୀତି

  • Post category:ଓଡିଶା
  • Reading time:1 mins read

ବରପାଲି -୨୩.୦୫.୨୦୨୧, ବରପାଲି ହସ୍ପିଟାଲକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ଆମ୍ବୁଲାନ୍ସକୁ ନେଇ ସାରା ଜିଲ୍ଲାରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ବିପଦ ସମୟରେ ବରପାଲିବାସୀଙ୍କ ସୁବିଧା ନିମନ୍ତେ ମନ୍ତ୍ରୀ ଜରୁରୀକାଳୀନ ଏକ ଆମ୍ବୁଲାନ୍ସ ଦେଇଥିଲେ ଓ ତାହା ମେ ୧୭ ତାରିଖରେ ଶୁଭାରମ୍ଭ ହୋଇଥିଲା, କିନ୍ତୁ ବିରୋଧ ଦଳ ଏହାକୁ କରିଛି ବିରୋଧ ।

ଏହା ଏକ କବାଡି ଆମ୍ବୁଲାନ୍ସ ଏହାର ଫିଟନେସ ତଥା କାଗଜପତ୍ର ନାହଁ ଓ ଏହା ଛତିଶଗଡ଼ର ପୁରୁଣା ଗାଡି ତେଣୁ ଏଭଳି ଏକ ଆମ୍ବୁଲାନ୍ସ ଦେଇ ବରପାଲିବାସିଙ୍କୁ ମନ୍ତ୍ରୀ ଠକିଛନ୍ତି ବୋଲି ବରପାଲିର କଂଗ୍ରେସ ନେତା ଅଭିଷେକ ସେଠ କହିଛନ୍ତି । ସେପଟେ ବରପାଲିବାସିଙ୍କୁ ମନ୍ତ୍ରୀ ଭୁଆଁ ବୁଲାଇ ପୁରୁଣା ଗାଡିକୁ କଲର କରିଦେଇ ବାହାବା ନେଉଛନ୍ତି, ଯଦି ଆମ୍ବୁଲାନ୍ସ ଦେବାର ଥିଲା -ନୂତନ ଆମ୍ବୁଲାନ୍ସ ଦିଅନ୍ତୁ ପୁରୁଣା କାହିଁକି ବୋଲି ବିଜେପି ନେତା ଦିଲୀପ ଦାଶ୍ କହିଥିବା ବେଳେ ବିରୋଧୀ ଦଳ ଅଯଥା ରାଜନୀତି କରୁଛନ୍ତି ,ବର୍ତ୍ତମାନ ପରିସ୍ଥିତିରେ କୋଭିଡ ରୋଗୀଙ୍କୁ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ନିହାତୀ ଜରୁରୀଥିଲା, ମନ୍ତ୍ରୀଙ୍କୁ ଆମେ ଅନୁରୋଧ କରିଥିଲୁ ଓ ମନ୍ତ୍ରୀ ସୁଶାନ୍ତ ସିଂ ବରପାଳିବାସୀଙ୍କ ସୁଖଦୁଃଖର ସାଥି ବୋଲି ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡି ନେତା କିଶୋର ଦଫାଦର ।

ଅନ୍ୟମାନଙ୍କୁ ଜଣାନ୍ତୁ।