You are currently viewing ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର(ଏଏନଏସ) ୧୦.୧୨.୨୦୨୧, ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ଆଜି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ବିଧାୟକ ପ୍ରତାପ ଦେବ, ପ୍ରତିରଂଜନ ଘଡେଇଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ମିଶିଛନ୍ତି ।  ସେ ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । ୩ ଥର ବିଧାୟକ ଭାବେ ତଳସରା ନିର୍ବାଚନମଣ୍ଡଳୀରୁ ଲଗାତାର ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ ।
ଦଳରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜି ମୋ ପାଇଁ ସ୍ମୃତିର ଦିନ । ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡଥିଲା । ଦଳ ଛାଡିବା ସିଦ୍ଧାନ୍ତ ମୋର ଏକା ନଥିଲା । ମୋ ସହଯୋଗୀଙ୍କ ନିଷ୍ପତ୍ତି ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛୁ  ।

୨୦୦୬ରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୨୦୦୬,୨୦୦୯ ଓ ୨୦୧୪ ବିଧାନସଭା ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ତଳସରାରୁ ବିଜୟୀ ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।