You are currently viewing ଗିରଫ ହେଲେ କୋଟିପତି ପ୍ରତାପ ସାମଲ

ଗିରଫ ହେଲେ କୋଟିପତି ପ୍ରତାପ ସାମଲ

ଭୁବନେଶ୍ୱର(ଏଏନଏସ) ୧୦.୧୧.୨୦୨୧, ଗିରଫ ହେଲେ ଓଡ଼ିଶା ପୁଲିସ୍‌ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦୁଇ ଦିନ ପରେ ରେଡ୍ କରିଥିଲା । ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ପ୍ରତାପ ସାମଲଙ୍କ ଅମାପ ସମ୍ପତି ଗଣିବାକୁ ଭିଜିଲାନ୍ସ ଟିମକୁ ପ୍ରାୟ ଦୁଇ ଦିନ ସମୟ ଲାଗିଥିଲା ।
ପ୍ରତାପଙ୍କ ୧୪ କୋଟି ୮୭ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି। ଆୟଠାରୁ ୧୦୮୭ ଗୁଣ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା । ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।