You are currently viewing ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି ରାଷ୍ଟ୍ରପତି ମୁର୍ମୁ : ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ନେତାଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

୬୬ ତମ ଜନ୍ମଦିନ ପାଳନ କରୁଛନ୍ତି ରାଷ୍ଟ୍ରପତି ମୁର୍ମୁ : ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ନେତାଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଏଏନଏସ : ଆଜି ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଆଜି ରାଷ୍ଟ୍ରପତି ମୁର୍ମୁ ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧ ୯୫୮ ମସିହାର ଓଡ଼ିଶାର ଉପରବେଡା ଗାଁର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି , ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଅନେକ ନେତା ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମୁର୍ମୁଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଏକ୍ସ ଜରିଆରେ ଲେଖିଛନ୍ତି ଆମ ଦେଶ ପ୍ରତି ତାଙ୍କର ଆଦର୍ଶ ସେବା ଏବଂ ନିଷ୍ଠା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଏ। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେବା ଓ ସମର୍ପଣ ଭାବରେ ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି।

ବାସ୍ତବରେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀଙ୍କ ନାମ ଏହା ପୂର୍ବରୁ ପୁତି ଥିଲା। ତାଙ୍କ ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ମହାଭାରତ ଉପନ୍ୟାସରୁ ଏକ ଚରିତ୍ରର ନାମରୁ ନାମିତ କରି ତାଙ୍କ ନାମ  ଦ୍ରୌପଦୀ ରଖିଥିଲେ। ଏନେଇ ମୁର୍ମୁ ଏକ ସାକ୍ଷାତକାରରେ କହିଥିଲେ।
ଅନ୍ୟମାନଙ୍କୁ ଜଣାନ୍ତୁ।