You are currently viewing ଉଦୟଗିରି ପାହାଡ ବୁଲିରେ ରାଷ୍ଟ୍ରପତି : ଗୁମ୍ଫାଗୁଡିକର କାରୁକାର୍ଯ୍ୟକୁ ବୋଲି ଦେଖିଲେ ମହାମହିମ

ଉଦୟଗିରି ପାହାଡ ବୁଲିରେ ରାଷ୍ଟ୍ରପତି : ଗୁମ୍ଫାଗୁଡିକର କାରୁକାର୍ଯ୍ୟକୁ ବୋଲି ଦେଖିଲେ ମହାମହିମ

  • Post category:ଓଡିଶା
  • Reading time:1 mins read

ଏଏନଏସ : ୪ଦିନିଆ ଓଡିଶା ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଐତିହାସିକ ଉଦୟଗିରି ପାହଡ ପରିଦର୍ଶନ କରିଛନ୍ତି । ଉଦୟଗିରି ପାହାଡର ରାଣୀ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିଲେ ରାଷ୍ଟ୍ରପତି ମୁର୍ମୁ । ରାଣୀଗୁମ୍ଫାର କଳା କୀର୍ତ୍ତୀ ସବୁ ଅବଲୋକନ କଲେ । ଏହାସହ ହାତୀ ଗୁମ୍ଫା, ଜମ୍ବେଶ୍ୱର ଗୁମ୍ଫା, ସର୍ପ ଗୁମ୍ଫା ବୁଲି ଦେଖିଛନ୍ତି । ରାଷ୍ଟ୍ରପତି ଉଦୟଗିରିର ଗୁମ୍ଫା ଓବଂ ଦାତୀ ଗୁମ୍ଫା ଶିଳା ଲେଖା ପରିଭ୍ରମଣ କରାଇବା ପାଇଁ ଏଏସଆଇ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିଲା ଦାୟିତ୍ୱ ।

ଏହାପରେ ବି.କେ କଲେଜ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପରିଦର୍ଶନ କରିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରକାର ପରାମର୍ଶ ଦେଇଛନ୍ତି ।ଛାତ୍ରଛାତ୍ରୀ ମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ୩୦ ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲାରେ ରାଷ୍ଟ୍ରପତିଙ୍କ ଚିତ୍ର ଅଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବି.କେ. କଲେଜ ଅଫ ଆର୍ଟସ ଆଣ୍ଡ କ୍ରାଫ୍ଟସର ଛାତ୍ର ମାର୍କଣ୍ଡ ସାଗର । ଯାହାକୁ ଅତ୍ୟନ୍ତ ଖୁସିର ସହ ଗ୍ରହଣ କରିଥିଲେ ରାଷ୍ଟ୍ରପତି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।