You are currently viewing ପୁରୀ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ ନାବାଳିକା ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ(ଏଏନଏସ)୨୭/୦୧: ପୁରୀ ଟାଉନ ଥାନା ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ମହେଶ ମହାନ୍ତି ଗିରଫ।  ଏନେଇ ଏସପି କେ. ବିଶାଲ ସିଂ ସୂଚନା ଦେଇଛନ୍ତି। ମହେଶର ଗିରଫ ଦାରୀ  ନେଇ ପୁରୀରେ ଜୋରଦାର ବିରୋଧ ହେବା ପରେ ୪ ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ୍। ବିଭନ୍ନ ସ୍ଥାନରେ ଖୋଜାଖୋଜି ପରେ ଗତକାଲି  ପିପିଲିର କୁର୍କି ଅଞ୍ଚଳରୁ ମହେଶକୁ ଗିରଫ କରିଛି  ପୁଲିସ୍।

ସୂଚନା ଅନୁଯାୟୀ  ୨୩ ତାରିଖରେ ଟାଉନ ଥାନାର ସିଦ୍ଧବକୁଳ ଲେନରେ ଲଜ୍ଜାଜନକ ଘଟଣା ଘଟିଥିଲା। ୫ ବର୍ଷର କୁନିଝିଅ ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ମହେଶ ମହାନ୍ତି ନିଶାସକ୍ତ ଅବସ୍ଥାରେ ହିତାହିତ ଜ୍ଞାନ ଭୁଲି  ଜଣେ ୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଚିକିତ୍ସାଧୀନ ରହିଛି ପୀଡ଼ିତା ଶିଶୁକନ୍ୟା।

ଅନ୍ୟମାନଙ୍କୁ ଜଣାନ୍ତୁ।