You are currently viewing ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା; ଥାନାର ଆଶ୍ରୟ ନେଲେ ଦମ୍ପତି

ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା; ଥାନାର ଆଶ୍ରୟ ନେଲେ ଦମ୍ପତି

  • Post category:ଓଡିଶା
  • Reading time:1 mins read

ଯାଜପୁର, (ଉମେଶ ସାହୁ) କଳିଙ୍ଗନଗର ସମାଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା । ନିଜର ଜୀବନ ପ୍ରତି ବିପଦ ଥିବାରୁ ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି। ଏହି ଦମ୍ପତି ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ। ସେ ଦୁଇଜଣ ସୁଖରେ ଅଛନ୍ତି ତାହେଲେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦମ୍ପତି । ଆଇନ ଯେତେବେଳେ ଏହାକୁ ସିକୃତି ଦେଇସାରିଛି ତାପରେ ଲୋକଙ୍କ ବିରୋଧ ଓ ଧମକ ଏମାନଙ୍କୁ ବିଚଳିତ କରିଛି । ଏବେ ଏମାନେ ନିଜର ସୁରକ୍ଷା ପାଇଁ ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି। ଦମ୍ଫତ୍ତି ହେଉଛନ୍ତି ଜଖପୁରା ଥାନା ଅନ୍ତର୍ଗତ ରାବଣା ଗ୍ରାମର ଶ୍ରୀଧର ପତିଙ୍କ ସୁକନ୍ୟା ଶୁଭଲକ୍ଷ୍ମୀ ପତି ବୟସ (୨୨) ସେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିସ୍କୃଟି ଭାବେ କାର୍ଯ୍ୟ କରୁଛନ୍ତି ।

ଆଉ ଜଣେ ହେଉଛନ୍ତି କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ସୁକନ୍ୟା ଲଷ୍ମୀପ୍ରିୟା ମିଶ୍ର ବୟସ (୨୧) । ଏହି ସମଲିଙ୍ଗି ବିବାହକୁ ନେଇ ମଧ୍ୟ ଲକ୍ଷ୍ମୀ ପ୍ରିୟାଙ୍କ ବାପା କୋରେଇ ଥାନାରେ ଅଭିଯୋଗ କରିଛନ୍ତି। କିଛିଦିନ ହେବ ଦୁଇ ସମଲିଙ୍ଗି ବିବାହ ବନ୍ଧନରେ ବାନ୍ଧି ହୋଇ ଦାନଗଦି ଠାରେ ରହିଆସୁଥିଲେ । କିନ୍ତୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଦାନଗଦି ଫାଣ୍ଡିରେ ଅଭିଯୋଗ କରିଥିବାବେଳେ ଏଘଟଣା ସମ୍ପର୍କରେ କୋରେଇ ପୋଲିସ ଖବର ପାଇ ସମଲିଙ୍ଗି ଦମ୍ପତିଙ୍କୁ କୋରେଇ ଥାନାକୁ ନେଇଥିଲେ । ଏହି ସମିଲିଙ୍ଗି ବିବାହ କଳିଙ୍ଗନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କିନ୍ତୁ ଏ ଘଟଣା ସମ୍ପର୍କରେ କୋରେଇ ପୋଲିସ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।