You are currently viewing ରାଜ୍ୟରେ ୨ ଦିନ ଗ୍ରୀଷ୍ମ ପ୍ରବାହ, ମାର୍ଚ୍ଚ ୨୮ଓ ୨୯ରେ ବର୍ଷା

ରାଜ୍ୟରେ ୨ ଦିନ ଗ୍ରୀଷ୍ମ ପ୍ରବାହ, ମାର୍ଚ୍ଚ ୨୮ଓ ୨୯ରେ ବର୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ ଆଜି ଓ ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହ ଆଶଙ୍କା । ଏନେଇ ୩ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । କଟକ, ନୟାଗଡ଼ ଓ ଖୋର୍ଦ୍ଧାକୁ ସତର୍କ ସୂଚନା ଜାରି କରାଯାଇଛି ।
ସେହିପରି ମାର୍ଚ୍ଚ ୨୮ରେ ୬ ଜିଲ୍ଲା ଓ ୨୯ରେ ୩ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି । ମାର୍ଚ୍ଚ ୨୮ରେ ବର୍ଷା ଓ ବଜ୍ରପାତ ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲା – -ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ମାର୍ଚ୍ଚ ୨୯ରେ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବଜ୍ରପାତ ଆଶଙ୍କା ରହିଛି । ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।