rain-

ତାତିରୁ ମିଳିଲା ଆଶ୍ୱସ୍ତି: ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ କୁଆପଥର ବର୍ଷା 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ପ୍ରବଳ ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ସହ ପବନ ହୋଇଛି । ବର୍ଷା ଯୋଗୁଁ କିଛି ମାତ୍ରାରେ ଲୋକଙ୍କୁ ତାତିରୁ ଆଶ୍ୱସ୍ଥି ମିଳିଛି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଭୁବନେଶ୍ୱର, କଟକ, ଗଂଜାମ, ନୟାଗଡ଼, କନ୍ଧମାଳ ଓ ଢେଙ୍କାନାଳରେ ୩ ଘଣ୍ଟା ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହାସହ ବିଜୁଳି ଓ ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।