rain

କାଳବୈଶାଖୀ ପ୍ରଭାବରେ ହ୍ରାସ ପାଇଲା ତାତି, ୧୧ ଯାଏଁ ଲାଗିରହିବ ବର୍ଷାର ପ୍ରଭାବ 

  • Post category:ଓଡିଶା
  • Reading time:1 mins read

ଏଏନଏସ: କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ ହ୍ରାସ ପାଇଛି ତାତି । ଆଜି ୧୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରିରୁ କମ୍‌ ରହିଛି। ବରଗଡରେ ସବୁଠାରୁ କମ ତାପମାତ୍ରା ୨୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରି, ପାରଳା‌ଖେମୁଣ୍ଡିରେ ୩୮.୨, କୋରାପୁଟରେ ୩୮, ବୌଦ୍ଧରେ ୩୭, ପାରାଦୀପରେ ୩୬.୭, ସୁନ୍ଦରଗଡ଼ ଓ ଚାନ୍ଦବାଲିରେ ୩୬.୨ ଡିଗ୍ରି ରେକର୍ଡ କରାଯାଇଛି।

କାଳ‌ବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ପାରଦ ୨ରୁ ୭ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ୯, ୧୦ ଓ ୧୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

 

ଅନ୍ୟମାନଙ୍କୁ ଜଣାନ୍ତୁ।