You are currently viewing ରାଜଧାନୀରେ ଦନ୍ତା

ରାଜଧାନୀରେ ଦନ୍ତା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୨୯/୦୫, ରାଜଧାନୀରେ ବୁଲିଲା ଦନ୍ତା । ଘଣ୍ଟାଏ ଧରି ଭୁବନେଶ୍ୱର ସାଲିଆ ସାହିରେ ଆତଙ୍କ ମଚାଇଛି ଦନ୍ତାହାତୀ । ତେବେ ହାତୀ ଘଉଡ଼େଇବା ପାଇଁ ଦୁଇଟି ପିସିଆର ଭ୍ୟାନ୍ ସହ ବନ କର୍ମଚାରୀ ନାକେଦମ୍ ହୋଇଛନ୍ତି । ମୈତ୍ରି ବିହାର ଥାନା ଅନ୍ତର୍ଗତ ରାସ୍ତାରେ ଦନ୍ତହାତୀ ବୁଲୁଥିବା ଦେଖିବାକୁ ପାଇଥିଲେ ଲୋକେ । ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।