You are currently viewing ରାଜ୍ୟରେ କମିଛି ଶୀତ

ରାଜ୍ୟରେ କମିଛି ଶୀତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୭/୧୨, ରାଜ୍ୟରେ କମିଛି ଶୀତ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ରହିବ । କିନ୍ତୁ ପ୍ରବଳ କୁହୁଡି ପଡିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି. ଉଦୟଗିରିରେ ୮.୫ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ ଓ ଫୁଲବାଣୀରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ଵରର ସର୍ବନିମ୍ନ ୧୭.୬ ଡିଗ୍ରୀ ଓ କଟକରେ ୧୮ ଡିଗ୍ରୀ ରହିଥିଲା । ଉପକୂଳ ଓଡ଼ିଶାରେ ଗୁରୁଚାପ ପ୍ରଭାବରେ ରବିବାର ରାତି ଓ ସୋମବାର ସକାଳେ ଘନ କୁହୁଡ଼ି ପଡ଼ିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।