You are currently viewing ରକ୍ଷା ବନ୍ଧନରେ ଭଉଣୀ ଭାଇକୁ ଦେଇଥାଏ ଅଭିଶାପ

ରକ୍ଷା ବନ୍ଧନରେ ଭଉଣୀ ଭାଇକୁ ଦେଇଥାଏ ଅଭିଶାପ

  • Post category:ଓଡିଶା
  • Reading time:1 mins read

ଭାରତରେ ବିଭିନ୍ନ ପ୍ରକାରର ପର୍ବ ଏବଂ ରୀତିନୀତି ପାଇଁ ସମଗ୍ର ଦୁନିଆରେ ଏହା ପରିଚିତ । ଏହି ପର୍ବ ମାନଙ୍କ ମଧ୍ୟରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପଡିଥାଏ । ଏହା ଭାଇଭଉଣୀଙ୍କ ପବିତ୍ର ସମ୍ପର୍କକୁ ବୁଝାଇଥାଏ । ଏହି ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବନ୍ଧିଥାଏ । ଏବଂ ନିଜ ସୁରକ୍ଷାର ବଚନ ମାଗିଥାଏ । ଏହାଛଡା ଭଉଣୀ ଭଗବାନଙ୍କ ପାଖରେ ଭାଇର ସୁଖ ସମୃଦ୍ଧି କାମନା କରିଥାଏ । କିନ୍ତୁ ଭାରତରେ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ ଭଉଣୀମାନେ ଭାଇଙ୍କୁ ମରିବାର ଅଭିଶାପ ଦେଇଥାଆନ୍ତି । ଏହା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଉଥିବେ କିନ୍ତୁ ଏହା ସତ୍ୟ ଅଟେ । ଭାଇଙ୍କୁ ଅଭିଶାପ ଦେଲା ପରେ ଭଉଣୀ ଏହାର ପ୍ରାୟଶ୍ଚିତ କରିଥାଏ ।

ଏହା ଏକ ପରମ୍ପରା ଅଟେ । ଯାହା ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଛି । ତେବେ ଆସନ୍ତୁ ଜାଣିବା ଏପରି ପରମ୍ପରା କାହିଁକି ପାଳନ କରାଯାଏ । ଏହି ଅଜବ ପରମ୍ପରା ଛତିଶଗଡରେ ପାଳନ କରାଯାଏ । ଏହି ରାଜ୍ୟର ଯଶପୁର ଜିଲ୍ଲାରେ ଏକ ବିଶେଷ ସମୁଦାୟର ଲୋକେ ଏହାକୁ ପାଳନ କରନ୍ତି । ଏହି ସମୁଦାୟରେ ଲୋକେ ନିଜ ଭାଇକୁ ମରିବାର ଅଭିଶାପ ଦିଅନ୍ତି । ରାକ୍ଷୀ ଦିନ ସକାଳୁ ଉଠି ଭାଇକୁ ଅଭିଶାପ ଦେଇଥାଆନ୍ତି । ପରେ ଏହାର ପ୍ରୟଶ୍ଚିତ କରିବାକୁ ଯାଇ ଭଉଣୀ ନିଜ ଜିଭରେ କର୍ଟା ପୁରାଇଥାଆନ୍ତି । ଏହାପରେ ସେମାନେ ନିଜ ଭାଇର ମତାରେ ତିଲକ ଲଗାଇଥାଆନ୍ତି ଏବଂ ତାଙ୍କ ଲମ୍ବା ଜୀବନର କାମନା କରିଥାଆନ୍ତି । ପୌରାଣିକ କଥା ଅନୁସାରେ ଯମରାଜ ଥରେ ପୃଥିବୀକୁ ଏପରି ଏକ ବ୍ୟକ୍ତିକୁ ମାରିବାକୁ ଆସିଥିଲେ ଯେ ଯାହାର ଭଉଣୀ କେବେ ହେଲେ ତା ଭାଇକୁ ଅଭିଶାପ ଦେଇନଥିବ । ଯମରାଜ ବହୁତ ଖୋଜିବା ପରେ ଏପରି ଏକ ବ୍ୟକ୍ତିର ସନ୍ଧାନ ପାଇଥିଲେ । ଯମରାଜଙ୍କର ଏଭଳି ଷଡଯନ୍ତ୍ର ସେହି ବ୍ୟକ୍ତିର ଭଉଣୀ ନିକଟରେ ପହଞ୍ଚି ସାରିଥିଲା । ଭଉଣୀକୁ ଲାଗିଥିଲା କି ଯମରାଜ ତା ଭାଇର ପ୍ରାଣ ନେବାକୁ ଚେଷ୍ଟା କରୁଛନ୍ତି । ଏହା ଜାଣିବା ପେର ଭଉଣୀ ତା’ ଭାଇକୁ ଗାଳି ଦେବା ସହ ଅଭିଶାପ ଦେଇଥାଏ । ଯାହା ଦ୍ୱାରା ଯମରାଜ ତା’ ଜୀବନ ନେଇ ପାରନ୍ତି ନାହିଁ । ଫଳରେ ବ୍ୟକ୍ତିର ଜୀବନ ବଞ୍ଚି ଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।