You are currently viewing ଚିରନିଦ୍ରାରେ କ୍ରିକେଟର ପ୍ରଶାନ୍ତ

ଚିରନିଦ୍ରାରେ କ୍ରିକେଟର ପ୍ରଶାନ୍ତ

ଭୁବନେଶ୍ୱର -୧୯.୦୫.୨୦୨୧, କରୋନାରେ ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ଦଶ ଦିନ ପୂର୍ଵରୁ କରୋନାରେ ପ୍ରଶାନ୍ତ ମହାପାତ୍ରଙ୍କ ବାପା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ ଘଟିଥିଲା । କରୋନାରେ ଆକ୍ରାନ୍ତ ହେବା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଶାନ୍ତଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ଚିକିତ୍ସିତ ହେବା ପରେ ପ୍ରଶାନ୍ତ ମହାପାତ୍ରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ଏହା ସତ୍ତ୍ବେ ପ୍ରଶାନ୍ତଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ଆଜି ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳିଥିଲେ ପ୍ରଶାନ୍ତ ।

ଅନ୍ୟମାନଙ୍କୁ ଜଣାନ୍ତୁ।