You are currently viewing ଦ୍ରୁିତଗତିରେ ଆଗେଇ ଚାଲିଛି ରଥ କାର୍ଯ୍ୟ

ଦ୍ରୁିତଗତିରେ ଆଗେଇ ଚାଲିଛି ରଥ କାର୍ଯ୍ୟ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୨୬/୦୫, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋର ଚାଳିଛି ପ୍ରସ୍ତୁତି । ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରୂପକାର ସେବକମାନେ ମଧ୍ୟ ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ କରୁଥିବାବେଳେ ଦୋଳବେଦୀରେ ଘଡି ମୁହଁ ଦଣ୍ଡ କଣ୍ଟା ନିର୍ମାଣରେ ଲାଗିଛନ୍ତି ଓଝା ସେବକ ମାନେ । ସମସ୍ତ ଚକ ଓ ଅଖ ସଂଯୁକ୍ତ ହେଲେ ରଥର ମୂଳଦୁଆ ପଡିବ । ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ତିନି ରଥର ୪୨ଟି ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ ଶେଷ ହୋଇଛି । ପ୍ରତିରଥ ପାଇଁ ଆବଶ୍ୟକ ୪ଟିଲେଖାଏଁ ମୁହାଁଟି ଓ ବିରାଡି କାର୍ଯ୍ୟ ଶେଷ ହୋଇଛି । ଅନ୍ୟପଟେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ବସିଥିବା ଛତିଶା ନିଯୋଗ ବୈଠକରେ ଏସଂପର୍କରେ କରାଯାଇଛି ଆଲୋଚନା । ଭକ୍ତମାନେ ସାନ୍ନ ମଣ୍ଡପରେ ଜଳଲାଗି ଓ ହାତୀବେଶ ଦର୍ଶନର ସୁଯୋଗ ପାଇବେ । ତେବେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଜଳଲାଗି ଓ ହାତିବେଶକୁ ଶୃଙ୍ଖଳା ରକ୍ଷା କରିବା ଲାଗି ସେବାୟତ ମାନଙ୍କୁ ପରାମର୍ଶ ଦିଆଯାଇଛି । ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସଂପର୍କରେ ସବକମିଟି ବୈଠକରେ ଆଲୋଚନା ପରେ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।