You are currently viewing ରଥ ଯାତ୍ରାରେ ଛେରା ପହଁରା କରିବେ ଗଜପତି ମହାରାଜ

ରଥ ଯାତ୍ରାରେ ଛେରା ପହଁରା କରିବେ ଗଜପତି ମହାରାଜ

ପୁରୀ-୦୬.୦୭.୨୦୨୧, ଚଳିତ ବର୍ଷ କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ କି ନାହିଁ ଏନେଇ ଦ୍ବନ୍ଦ ଲାଗିରହିଥିଲା । ଏବେ ଏହି ଦ୍ବନ୍ଦର ଅଵସାନ ଘଟିଛି । ଚଳିତବର୍ଷ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ। ଏନେଇ ଗଜପତିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।
ଗଜପତି ଏନେଇ କହିଛନ୍ତି ଯେ, ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ । ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ ବୋଲି ଗଜପତି କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ଗଜପତିଙ୍କ ଅନୁପସ୍ଥିତି ରେ ସ୍ନାନଯାତ୍ରାରେ ମୁଦିରସ୍ତ ଛେରାପହଁରା କରିଥିଲେ।
ସେହିପରି କେବଳ ପୁରୀରେ ହେବ ରଥଯାତ୍ରା ।ଶ୍ରୀକ୍ଷେତ୍ର ଛଡା ଆଉ କୌଣସି ଜାଗାରେ ରଥଯାତ୍ରା ହେବ ନାହିଁ, ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି ଗଜପତି।

ଅନ୍ୟମାନଙ୍କୁ ଜଣାନ୍ତୁ।