You are currently viewing ସତରେ ମାନସିକ ରୋଗୀ ନା ପଡ଼ିଛି ଚାପ

ସତରେ ମାନସିକ ରୋଗୀ ନା ପଡ଼ିଛି ଚାପ

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୦୭/୦୭,ଗତକାଲି ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ଏଲିନା ପଣ୍ଡା ଦୁଇଟି ଭିଡିଓ ଜାରୀ କରିଛନ୍ତି।ସେ ଜଣେ ମାନସିକ ରୋଗୀ ଓ ଦୀର୍ଘଦିନ ହେବ ମାନସିକ ଡାକ୍ତରଙ୍କ ପାଖରେ ଚିକିତ୍ସାଧିନ ହେଉନଥିଲେ।ମେଡ଼ିସିନ ଖାଇନଥିବାରୁ ହଠାତ୍ ସେ ଏଭଳି ବିବୃତି ରଖିଥିଲେ।ତାଙ୍କ ସ୍ତ୍ରୀ ଏଲିନା ପଣ୍ଡା ମଧ୍ୟ ତାଙ୍କ ସ୍ଵାମୀ ମାନସିକ ବିକାରଗସ୍ତ ଥିବା ସ୍ବୀକାର କରିଛନ୍ତି।ଗତକାଲି ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ଗତକାଲି ଗଣମାଧ୍ୟମ ଆଗରେ ପୋଲିସ ପ୍ରଶାସନ ବିରୁଦ୍ଧରେ ସତ ଓଗାଳି ଥିବା ଅବକାରୀ ନିରୀକ୍ଷକ ଆଜି ଏକ ଭିଡିଓ ଜାରି କରିଛନ୍ତି ,ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଅନ୍ୟ ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ ସଞ୍ଚୟ ପଣ୍ଡା ହେଉଛନ୍ତି ଜଣେ ମାନସିକ ରୋଗୀ ।ଦୀର୍ଘ ସମୟ ଧରି ଔଷଦ ନ ଖାଇଥିବା ହେତୁ ସେ ତାଙ୍କ ର ମାନସିକ ସନ୍ତୁଳନ ହରାଇଛନ୍ତି ।ଓ ଗତ କାଲି ର ମନ୍ତବ୍ୟ ପାଇଁ ସଞ୍ଜୟ ଙ୍କ ପତ୍ନୀ କ୍ଷମା ମାଗିଛନ୍ତି ,ଏଠାରେ ପ୍ରଶ୍ନ ଉଠେ ସଂଜୟ ସତ କହି ଫସିଯାଇଛନ୍ତି ,ଯେଉଁଥିପାଇଁ ଏ ପରି ଏକ ଭିଡିଓ ଜାରି କରିବାକୁ ବାଧ୍ୟ ହୋଇଛନ୍ତି ।ତେବେ ଜଣେ ମାନସିକ ବିକୃତ ଥିବା ବ୍ୟକ୍ତି କିଭଳି ଭାବେ ସରକାରୀ ଚାକିରୀ କରିଛନ୍ତି ତାହା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।