You are currently viewing ରେଳ ଧାରଣା କଡରେ ମୃତ ଦେହ

ରେଳ ଧାରଣା କଡରେ ମୃତ ଦେହ

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର(ଏ ଏନ୍ ଏସ) ୦୬/୧୧ , ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ । ମୁଣ୍ଡରୁ ଅଲଗା ହୋଇଯାଇଛି ଗଣ୍ଡି । ବିଭତ୍ସ ଭାବରେ ପଡିଛି ନଶବ । ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି କଡ଼ ରେଲୱେ ଫାଟକ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ତେବେ ରେଳ ଧାରଣାରେ ନିକଟରେ ଏକ ସ୍ୱିଫ୍ଟ ଡିଜେଆର କାର ରହିଥିବା ଦେଖିବାକୁ ମିଳିଛି । ଯାହାକି ମୃତ ଯୁବତୀଙ୍କର ବୋଲି ଅନୁମାନ କରାଯାଉଛି । ତେବେ ମୃତ ଯୁବତୀ ଜଣକ ବଲାଙ୍ଗିର ତାଲପାଳି ପଡାର ସାରିକା ସାଏ ବୋଲି ଜଣାପଡିଛି । ଯୁବତୀ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ଜଣାପଡିନାହିଁ । ବଲାଙ୍ଗିର ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ଲୋକ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।