You are currently viewing ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର; ବାଇକରେ ବୁହା ହେଲା ଶବ !

ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର; ବାଇକରେ ବୁହା ହେଲା ଶବ !

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା(ଏଏନଏସ)୦୬/୦୪, ସାଧାରଣ ଜନତାଙ୍କ କଲ୍ୟାଣ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ତ? ଏହା କେତେଦୂର ସାଧାରଣ ଜନତାଙ୍କ ହିତରେ ଆସୁଛି ? ଡାକ୍ତରଖାନାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଶବକୁ ନେବା ପାଇଁ ମହାପ୍ରୟାଣ ଗାଡି ରହିଛି । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଏଥିପାଇଁ ବହୁ ହଇରାଣ ହରକତ ହେଉଥିବା ନଜର ଆସୁଛି । କେଉଁଠି ଲୋକେ ଶବକୁ କାନ୍ଧରେ ବୁହାଇ ନେଉଥିବାର ଦେଖିବାକୁ ମିଳିଲାଣି ତ କେଉଁଠି ଲୋକେ ସାଇକେଲରେ ଓ ବାଇକରେ ଶବ ବୁହାଇ ନେଉଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ଆଉ ଏକ ଦୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ ।
ସୂଚନା ମୁତାବକ ଡେରାବିଶ ଥାନା ଅଧୀନ ଛଞ୍ଚିଣା ଗ୍ରାମର ସୁନାକାର କାଣ୍ଡିଙ୍କ ୧୦ ବର୍ଷର ଝିଅ ବୈଶାଖୀ କାଣ୍ଡିଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଶାଖୀଙ୍କ ମୃତ୍ୟୁ ଘଟିଥିଲା । ତେବେ ସେଠାରେ ଝିଅର ମୃତଦେହକୁ ନେବାକୁ ମହାପ୍ରୟାଣ ଗାଡି ମିଳିନଥିଲା । ଫଳରେ ୧୦ ବର୍ଷ ଝିଅର ମୃତଦେହକୁ ବାଇକ ଯୋଗେ ଘରକୁ ନେଇଥିଲେ ସମ୍ପର୍କୀୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଦୀର୍ଘ ୨୦ କିଲୋମିଟର ଦୂର ଡେରାବିଶ ଥାନା ଛଞ୍ଚିଣା ଗ୍ରାମକୁ ବାଇକ ଯୋଗେ ଶବ ବୋହି ନେବା ଘଟଣା ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ରକୁ ଦର୍ଶାଉଛି ।
ଏଠାରେ ପ୍ରଶ୍ନ ଉଠଉଛି ଯେ, ଯଦି ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ତେବେ ତାହା କାହିଁକି ଲୋକଙ୍କ ସେବାରେ ଲାଗିପାରୁନାହିଁ । ଏତେ ଯୋଜନା ପରେ ବି ଲୋକ ଅନେକ ହଇରାଣର ସମ୍ମୁଖୀନ ହେଉଛନ୍ତି । ଏଭଳି ଅନେକ ଘଟଣା ଦେଖିବାକୁ ମିଳିଥିଲେ ହେଁ ଏଯାଏଁ କାହିଁକି ପ୍ରଶାସନ ଏ ଉପରେ କିଛି ପଦକ୍ଷେପ ନେଇ ନାହିଁ । ତେବେ ଏଯୋଜନା କାହା ପାଇଁ ଏଭଳି ଅନେକ ପ୍ରଶ୍ନ ସାଧାଣଣରେ ଉଙ୍କି ମାରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।