You are currently viewing ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଅସୁସ୍ଥ

ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଅସୁସ୍ଥ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୫/୦୨: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ର ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ବଦହଜମି କାରଣରୁ ତାଙ୍କର ଝାଡ଼ାବାନ୍ତି ହୋଇଥିଲା ଓ ସେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ବର୍ତ୍ତମାନ ଜୟନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ସେ ସକାଳ ୮ଟା ସମୟରେ ଏକ କାର୍ଯ୍ୟକ୍ରମରେଯୋଗଦେବାକୁ ବାରିପଦା ଯାଇଥିଲା । ସେଠାରେ ସେ ରାତିରେ ଏକ ହୋଟେଲରେ ରହିଥିବା ବେଳେ ଗୁରୁତର ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ  ଏକାଧିକ ଇଂରାଜୀ କବିତା ପୁସ୍ତକ ପାଠକୀୟ ମହଲରେ ବେଶ ପ୍ରଶଂସନୀୟ ହୋଇଛି । ଜୟନ୍ତ ମହାପାତ୍ର ହେଉଛନ୍ତି ପ୍ରଥମ କବି ଯେ ଇଂରାଜୀ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନର ଅଧିକାରୀ ହୋଇଥିଲେ । ତାଙ୍କ ଲିଖିତ ଇଂରାଜୀ ପୁସ୍ତକ ହଙ୍ଗର, ହର ହ୍ୟାଣ୍ଡ, ଡ୍ରନ ଆଟ ପୁରୀ, ଫ୍ରିଡମ, ଗ୍ରାଣ୍ଡଫାଦର ଆଦି ବେଶ ଚର୍ଚ୍ଚିତ । ଭାରତ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ଚର୍ଚ୍ଚାକୁ ଆସିଥିଲେ ଜୟନ୍ତ ମହାପାତ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।