You are currently viewing କାଲିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ଵର୍ଗଦ୍ଵାର ମନା !

କାଲିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ଵର୍ଗଦ୍ଵାର ମନା !

ପୁରୀ-25.04.2021(ଅନନ୍ତ ସିଂ),କାଲିଠୁ ସ୍ଵର୍ଗଦ୍ଵାର ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ବନ୍ଦ କରାଯାଇପାରେ ।  ଦିନକୁ ଦିନ ରାଜ୍ୟରେ ବଢୁଥିବା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି  ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ। ଯଦିଓ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ହୋଇ ନାହିଁ କିନ୍ତୁ ପୂର୍ବବର୍ଷ ପରି ଏଥର ବି ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି।

ଅଧିକରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ପୁରୀ ଆସୁଛନ୍ତି। ତେଣୁ ପୁରୀ ସହରରେ କୋଭିଡ ବ୍ୟାପିବାର ଆଶଙ୍କା ରହିଛି |  ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ଯାଉଛି ଜିଲ୍ଲା ପ୍ରଶାସନ। କୋଭିଡ ରୋଗୀ ଶବ ସଂସ୍କାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ସହ ଅସ୍ଥି ବିର୍ସଜନ ଉପରେ ମଧ୍ୟ କଟକଣା ଲାଗିପାରେ। ବିଶେଷକରି ମହୋଦଧିରେ ଅସ୍ଥି ବିର୍ସଜନ ଏବଂ ଶ୍ରାଦ୍ଧ କରିବାପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି। ତେଣୁ କୋଭିଡ ସମୟରେ ଏତେ ସଂଖ୍ୟାରେ ଲୋକଙ୍କୁ ଦୂରରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି |

ଅନ୍ୟମାନଙ୍କୁ ଜଣାନ୍ତୁ।