road

ଭଦ୍ରକ ୧୬ନଂ ଜାତୀୟ ରାଜପଥରେ ଧସିଲା ରାସ୍ତା

ଏଏନଏସ୍: ଭଦ୍ରକ ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରେ ଧସିଲା ରାସ୍ତା । ଯାହାଫଳରେ ରାସ୍ତାର ପାଶ୍ୱର୍ରେ ବିରାଟ ଖାଲ ହୋଇଥିବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ଏଠାରେ ରାସ୍ତା ମରାମତି କାର୍ଯ୍ୟ ହୋଇଥିଲା । କିନ୍ତୁ ନିମ୍ନମାନର କାମ ହୋଇଥିବାରୁ ଏଭଳି ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାସ୍ତା ଧସିବା ପରେ ଶୀଘ୍ର ମରାମତି କରିବାକୁ ଭଦ୍ରକ ଜିଲ୍ଲାପାଳ ସିଧେଶ୍ୱର ବଳିରାମ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅପିଲ୍ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।